Odia News Portal

ଜୁଲାଇ ୧୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ପୋଷାକ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଡ୍ରେସ

ଜୁଲାଇ ୧୫ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨ ହଳ ଲେଖାଏଁ ପୋଷାକ ମିଳିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପିଏମ ଶ୍ରୀ, ସମଗ୍ର ଶିକ୍ଷା, ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ ।

ସମସ୍ତ ଛାତ୍ରଙ୍କୁ ପୂର୍ବ ନିର୍ଦ୍ଧାରିତ ରଙ୍ଗର ପ୍ୟାଣ୍ଟ  ଓ ଧଳା ସାର୍ଟ ଦିଆଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍ ଓ ଷଷ୍ଠରୁ ଅଷ୍ଟମ ଛାତ୍ରୀଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢଣୀ ଦିଆଯିବ । ବିଦ୍ୟାଳୟକୁ ଏଥିପାଇଁ ଅର୍ଥ ପ୍ରଦାନ କରାଯି ବ। ଟେଲରିଂ ୟୁନିଟ୍ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ପୋଷାକ କିଣାଯାଇ ବିଦ୍ୟାଳୟରେ ପ୍ରଦାନ କରାଯିବ ।