ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି ଅପରାହ୍ଣରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ଜଗା ପ୍ରଧାନ ଜେଲ୍ରୁ ବାହାରିଲା ପରେ ତାଙ୍କ ସମର୍ଥକମାନେ ତାଙ୍କର ସ୍ବାଗତ କରିଛନ୍ତି। ବାଣ ଫୁଟାଇଛନ୍ତି। ଜଗା ପ୍ରଧାନଙ୍କୁ ଫୁଲମାଳ ପିନ୍ଧାଇଛନ୍ତି।
ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (ବିଏନ୍ଏସ୍) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା।
ଜଗନ୍ନାଥ ପ୍ରଧାନଙ୍କୁ ଆଜି ଖୋର୍ଦ୍ଧା ଜିଲା ଦୌରାଜଜ ଜାମିନ ପ୍ରଦାନ କରିଥିଲେ। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅତିରିକ୍ତ କମିସନରଙ୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (ବିଏନ୍ଏସ୍) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ସୂଚନାଯୋଗ୍ୟ, ଗତମାସ ୩୦ ତାରିଖରେ ବିଏମସି କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି ସମୟରେ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ୬-୭ ଜଣ ସଂଗବଦ୍ଧ ହୋଇ ଆକ୍ରମଣ କରିଥିଲେ। ଶ୍ରୀ ସାହୁ ଅଭିଯୋଗ କରିଥିଲେ ଯେ, ଆକ୍ରମଣକାରୀମାନେ ତାଙ୍କୁ କଲରରୁ ଧରି ଟାଣି ନେଇ ମାରପିଟ କରିଥିଲେ ଏବଂ ଜଗନ୍ନାଥ ପ୍ରଧାନଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରେ ଭାଜପା କର୍ପୋରେଟର ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର ରହିଛନ୍ତି।