ଯାଜପୁର ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏଗାର ଦଫା ଦାବି କୁ ନେଇ ଏକ ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବହୁ ପୂର୍ବରୁ ବିଦ୍ୟୁତ୍ ବିଭାଗ ଏହା ପ୍ରତି କର୍ମପାତ ନକରିବା ଦ୍ଵାରା ଘନ ଘନ ବିଦ୍ୟୁତ୍କାଟ ସହିତ ବ୍ୟବସାୟ ଠାରୁ ଆରମ୍ଭ କରି ସାଧରଣ ବିଦ୍ୟୁତ୍ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏପରିକି ବିଦ୍ୟୁତ୍ ସଂଯୋଗ ନଥିବା ଗ୍ରାହକ ମାନଂକୁ ମିଥ୍ୟା ବିଲ ଦେଇ ଟଙ୍କା ଆଦାୟ କରିବାକୁ ଧମକ ଦେଉଛନ୍ତି। ସରକାର ବିଦ୍ୟୁତ୍ ଏକ ମାତୃ ଶିଳ୍ପକୁ ଘରେଇ କମ୍ପାନୀ ହାତରେ ଟେକିଦେଇ ନୀରବ ରହିବା ଓ ବିଦ୍ୟୁତ୍ର ର ସଂସ୍କାର ଆଣିବା ପାଇଁ କୋଡିଏ ହଜାର କୋଟି ଟଙ୍କା ବ୍ୟୟ ଏକ ବ୍ୟାପକ ଘୋଟାଲା ର ତଦନ୍ତ କରିବା ସହିତ ଟାଟା ପାୱାର ର ଚୁକ୍ତି ବାତିଲ କରି ନେସ୍କୋ କୁ ରାଜ୍ୟ ସରକାର ଚଳାତୁ ବୋଲି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଦାବି କରାଯାଇଛି।
ଏହି ଏହି ପ୍ରତିବାଦ ସଭା ରେ ଆବାହକ ରାଜେନ୍ଦ୍ର କୁମାର ସାମଲ ବିବେକାନନ୍ଦ ମହାନ୍ତି ଅସିତନନ୍ଦ ବିଶ୍ବାଳ ପ୍ରଫୁଲ୍ଲ ନାୟକ ଅଭିମନ୍ୟୁ ମିଶ୍ର ବିଜୟ କୁମାର ପଣ୍ଡାଗୋପିନାଥ ମହାନ୍ତି ବିରଞ୍ଚିନାରାୟଣ ପଣ୍ଡା ବସନ୍ତ କୁମାର ପାତ୍ର ବାବୁଲାଲ ଗୁରୁ ନିରଞ୍ଜନ ପରିଡ଼ା ନୃସିଂହ ଚରଣ ପହି ରବିନାରାୟଣ ନାୟକ ଜଗନ୍ନାଥ ପତି ରାଘବ ଚନ୍ଦ୍ର ସାହୁ ନାରାୟଣ ଜେନା ମାହିନ୍ଦ୍ର କୁମାର ମହାପାତ୍ର ନେତ୍ରମଣି ମାରାଣ୍ଡି ଜିତେନ୍ଦ୍ର ବେହେରା ସଂଜୀବ କୁମାର ନାୟକ ପ୍ରମୁଖ ନିଜ ନିଜର ଅଭି ଭାଷଣ ର ଟାଟା ପାୱାର ର ବିଦ୍ୟୁତ୍ ଉପଭୋକ୍ତା ମାନକ ଉପରେ ହେଉଥିବା ଜୁଲମ କୁ ତୀବ୍ର ସମାଲୋଚନା କରିଥିଲେ।
ପରିସ୍ଥିତି ଅଣାୟତ୍ତ ହେବାରୁ ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ହସ୍ତକ୍ଷେପ ଯୋଗୁ ଅଧିକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ କର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ଓ ଟାଟା ପାୱାର ର ଅଧିକାରୀ ମାନେ ଆଲୋଚନ ଓ ଧାରଣା ସ୍ଥଳରେ ପହଂଚି ଦୁଇମାସ ମଧ୍ୟରେ ଅସମାପ୍ତ କର୍ଯ୍ୟ ଶେଷ କରିବା ସହିତ 33kV ବିଦ୍ୟୁିକରଣ କାର୍ଯ୍ଯ ସାତ ଦିନ ମଧ୍ୟରେ ଶେଷ କରିବା ପ୍ରତିସୃତି ଦେବା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା।