Odia News Portal

ଟ୍ରକକୁ ପିଟିଲା ବସ୍; ଜଣେ ମୃତ, ୭ ଗୁରୁତର

କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ବସ୍। ଜଣେ ଯାତ୍ରୀ ମୃତ ଓ ୭ ଗୁରୁତର ହୋଇଛନ୍ତି। 

ଆଜି ଭୋର ସମୟରେ NH 26 ରେ ଥିବା ଏକ ସ୍କୁଲ ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିଲା। ଭୁବନେଶ୍ବରରୁ ଉମରକୋଟ ଯାଉଥିବା ଯାତ୍ରୀବାହୀ ବସ୍‌ଟି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୭ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ଜୀବନ ଯାଇଥିଲା।

କୋକସରା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।