Odia News Portal

ଟ୍ରାଙ୍କୁଲାଇଜ୍ ହେଲା ‘ପଲଙ୍କ’, ୬ଟି ଟିମ୍ ଏହି ଅପରେସନରେ ହୋଇଥିଲେ ସାମିଲ

ଟ୍ରାଙ୍କୁଲାଇଜ୍ ହେଲା ‘ପଲଙ୍କ’ । ଭରତପୁର ଜଙ୍ଗଲରେ ୨ ଦିନର ଅପରେସନ ପରେ ଦନ୍ତାହାତୀ ‘ପଲଙ୍କ’କୁ ଟ୍ରାଙ୍କୁଲାଇଜ୍ କରାଗଲା । ୬ଟି ଟିମ୍ ଏହି ଅପରେସନରେ ସାମିଲ ହୋଇଥିଲେ । ହାତୀକୁ ଟ୍ରାଙ୍କୁଲାଇଜ୍ ପରେ ରେଡିଓ କଲାର ବନ୍ଧାଯାଇଛି । ଚନ୍ଦକା ଡିଏଫଓଙ୍କ ତତ୍ତ୍ଵାବଧାନରେ ଚନ୍ଦକା ଡିଭିଜନ ଓ ଭୁବନେଶ୍ୱର RRT ଟିମ ବାନ୍ଧିଲା ରେଡିଓ କଲାର। ଫଳରେ ଏବେ ପଲଙ୍କର ଗତିବିଧି ଉପରେ ନଜର ରଖିପାରିବ ବନବିଭାଗ I ‘ପଲଙ୍କ’କୁ କାବୁ ପରେ ସାତକୋଶିଆ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ଧରି ଦନ୍ତାହାତୀ ‘ପଲଙ୍କ’ ଆତଙ୍କ ଖେଳାଇଥିଲା ।