Odia News Portal

ଟ୍ୱିନସିଟିରେ ନୀଳ ଜହର ବେପାରର ନୂଆ ତରିକା

*ସୁରକ୍ଷା କବଚ ସାଜୁଛନ୍ତି ମହିଳା, ବିଳାସପୂର୍ଣ୍ଣ ଗାଡ଼ି |
*ବିପୁଳ ପରିମାଣର ଗଞ୍ଜେଇ ଜବତ, ୮ ଗିରଫ |

ଭୁବନେଶ୍ୱର/କଟକ: ଟ୍ୱିନ୍ ସିଟି ନିଶା ବେପାରର ହବ୍ ପାଲଟିଗଲାଣି । ବେପାରୀମାନେ ଲୁଚାଛପାରେ ନିଜର କାରବାରର ସାମ୍ରାଜ୍ୟ ବଢାଇ ଚାଲିଛନ୍ତି । ପୋଲିସ ପଞ୍ଝାରୁ ବର୍ତ୍ତିବା ପାଇଁ ବେପାରୀମାନେ ନୂଆ ନୂଅ ତରିକା ମଧ୍ୟ ଆପଣାଉଛନ୍ତି । ସୁରକ୍ଷା କବଚ ପାଇଁ ମହିଳା ଓ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଥିବା ଜଣାପଡିଛି । ଗଞ୍ଜେଇ ବେପାରକୁ କରାୟତ କରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ଭୁବନେଶ୍ୱର ଓ କଟକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବାବେଳେ ୮ ଜଣ ଗିରଫ ହୋଇଛନ୍ତି ।

ରାଜଧାନୀର ଭଡ଼ା ଘର ପାଲଟିଛି ଗଞ୍ଜେଇ ଗୋଦାମ୍  । ବହୁ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ ।  ୨ ବିହାରୀ ଯୁବକଙ୍କୁ ଏଥିରେ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି । ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି  । ଜାଣିବାକୁ ମିଳିଛି ଯେ କନ୍ଧମାଳରୁ ଚୋରାରେ ଅ ।ଣି ଭୁବନେଶ୍ୱର ଭଡ଼ା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଗଞ୍ଜେଇ ·ଲଣ । ପୁଲିସ୍ ସନେ୍ଦହରୁ ବଞ୍ଚିବା ପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ ।

କଟକରେ ବିଳାସପୂର୍ଣ୍ଣ ଗାଡ଼ିରେ ୫୧ ଜେଜି ଗଞ୍ଜେଇ ·ଲାଣ ହେଉଥିବା ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଏହି ଘଟଣାରେ ୩ ଜଣ ଗିରଫ ମଧ୍ୟ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ୱାସିମ ହସନ, ସି କେ ମୁସ୍ତାକିମ ଓ ଏସ କେ ମନ୍ନନ । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଅ ।ଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଗୋପାଳପୁର ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୁଣ୍ଡାଇ ଅ ।ଇ ଟେନ ଗାଡି ଉପରେ ନଜର ପଡ଼ିଥିଲା । ସନେ୍ଦହ ଘନୀଭୂତ ହେବାରୁ ବିଭାଗୀୟ ଅଧିକାରୀମାନେ ଗାଡ଼ିଟିକୁ ଯାଞ୍ଚ କରିଥିଲେ । ଏହାପରେ ଗାଡି ମଧ୍ୟରୁ ୫୧ କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ । ଓଡ଼ିଶାରୁ ଗଞ୍ଜେଇ ଗାଡ଼ିକୁ ନେଇ ସେମାନେ ପଶ୍ଚିମବଙ୍ଗ ଯାଉଥିବା କଥା କହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।