Odia News Portal

ଡବଲ ଡୋଜ୍ ନେଇଥିଲେ ପ୍ରବେଶ କରିପାରିବେ ଚର୍ଚ୍ଚରେ

ଦୁଇଟି ଟିକା ନେଇଥିଲେ ଚର୍ଚ୍ଚକୁ ପ୍ରବେଶ ପାଇଁ ମିଳିବ ଅନୁମତି । କୋଭିଡ ଲକ୍ଷଣଯୁକ୍ତ ଲୋକଙ୍କୁ ଚର୍ଚ୍ଚ ଭିତରକୁ ପ୍ରବେଶ ପାଇଁ କଟକଣା ଜାରି କରିଛନ୍ତି ବିଏମସି ।
ଏହାଛଡ଼ା ପ୍ରତି ଚର୍ଚ୍ଚ ନିକଟରେ ବିଏମସି ପକ୍ଷରୁ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟିଂ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯିବ ବୋଲି ବିଏମସି କହିଛି । ପ୍ରତି ଲୋକଙ୍କ ମଧ୍ୟରେ ୬ ଫୁଟ ବ୍ୟବଧାନ ନିୟମକୁ କଡ଼ାକଡ଼ି ଯାଞ୍ଚ କରାଯିବ । ଚର୍ଚ୍ଚ ମଧ୍ୟରେ ଥିବା ସମସ୍ତ ଶ୍ରଦ୍ଧାଳୁ କୋଭିଡ ନିୟମ ପାଳନ କରିବା ସହ ମାସ୍କ ପରିଧାନ କରିବେ ବୋଲି ଗାଇଡଲାଇନ୍ ଜାରି କରିଛି ବିଏମସି ।