Odia News Portal

ଡରାଉଛି ଓମିକ୍ରନ, ଦେଶରେ ୪୫ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ସହ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ଏହାକୁ ନେଇ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏଯାଏଁ କୌଣସି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏହା ସହ ସମସ୍ତ ସୀମାନ୍ତ ଜିଲ୍ଲାଗୁଡିକୁ ସତର୍କ ରହିବାକୁ ରାଜ୍ୟ ସରକାର କହିଛନ୍ତି ।