Odia News Portal

ଡିସିପି ଅଫିସ ସାମ୍ନାରେ ଘେରିଲା କଂଗ୍ରେସ୍

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ବର ଓ କଟକ ଡିସିପି କାର‌୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଠିକ୍ ସେହିପରି ରାଜ୍ୟର ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଭୁବନେଶ୍ବରରେ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଧାରଣାରେ ବସିଛନ୍ତି। ଏହି ଘଟଣାରେ ଡିସିପିଙ୍କ କ୍ଷମା ପ୍ରାର୍ଥନା ସାଙ୍ଗକୁ କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ପୁଲିସ ର୍ମଚାରୀଙ୍କ ନିଲମ୍ବନ ଦାବି ହୋଇଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତ୍ତିକ୍ରମେ କଂଗ୍ରେସ ପକ୍ଷରୁ ସମସ୍ତ ଏସ୍ପି କାର‌୍ୟ୍ୟାଳୟ ଘେରାଉ କରାଯାଉଥିବା ନେଇ ବୋଲି ପିସିସି ଗଣମାଧ୍ୟମ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ସକାଳ ୯ଟାରୁ ଦିନ ୧ଟା ପର‌୍ୟ୍ୟନ୍ତ ଏହି ବିକ୍ଷୋଭ ଅନୁଷ୍ଠିତ ହେଉଛି।