Odia News Portal

ତାଣ୍ଡବ ରଚିବ କାଳବୈଶାଖୀ, ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ

ଟ୍ୱିନ ସିଟିକୁ ବଡ଼ ବିପଦ। ଭୁବନେଶ୍ବର ଓ କଟକକୁ ଆଗାମୀ କେଇ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ୭ ଜିଲ୍ଲା ହେଉଛି- କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର ଓ ଗଞ୍ଜାମ । ଏହି ସବୁ ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ରାଜ୍ୟର ୧୧ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଜିଲ୍ଲାଗୁଡିକ ହେଉଛି ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା । କାଳବୈଶାଖୀ ପ୍ରଭାବରେ ଏହି ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି ।