Odia News Portal

ଥାନା ପରିସରରେ ଯୁବକ ଙ୍କୁ ଥାର୍ଡ ଡିଗ୍ରୀ

ଥାନା ପରିସରରେ ଯୁବକ ଙ୍କୁ ଥାର୍ଡ ଡିଗ୍ରୀ। ଥାନା ପରିସରରେ ରେ ଯୁବକ ପିଇ ଦେଲେ ବିଷ  ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏଭଳି ଚଞ୍ଚଲ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ରେ। ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ ମହିପୁର ଗ୍ରାମ ର ରବୀନ୍ଦ୍ର ମଲ୍ଲିକ ଦୁଇ ପରିବାର ଝଗଡ଼ା ପାଇଁ ଥାନା କୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ। ହେଲେ ରବୀନ୍ଦ୍ର ଙ୍କ ନାମ ରେ ବାଲିଚନ୍ଦ୍ରପୁର ଥାନା ରେ ପୂର୍ବରୁ ଲିଖିତ ଅଭିଯୋଗ ଥିବାରୁ ପୋଲିସ ରବୀନ୍ଦ୍ର ଙ୍କୁ  ଅଟକ ରଖିଥିଲା ରବୀନ୍ଦ୍ର ଥାନା ରେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଅ କୁ ଭେଟ କରିବା ପାଇଁ ପରିବାର ଲୋକେ ଥାନା କୁ ଆସିଥିଲେ ସୁଦ୍ଧା ପୁଅ କୁ ପୋଲିସ ଭେଟ କରେଇ ଦେଇ ନଥିଲେ ଗତକାଲି ପୋଲିସ ତୁମ ପୁଅ ଦେହ ଖରାପ ହେତୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ପରିବାର ଲୋକ ଙ୍କୁ ପୋଲିସ କହିଥିଲା। ପରିବାର ଲୋକେ କଟକ ମେଡିକାଲ ରେ ଚିକିତ୍ସା ଧିନ୍ ଅବସ୍ଥାରେ ଦେଖିବାକୁ ପାଇଲେ। ପୁଅ କୁ ଥାନା ରେ ମାଡ ମାରଜାଇ ଥିବା ବେଳେ ପୁଅ ବିଷ ପିଇ ଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଥାନା ପରିସରରେ ବିଷ ଆସିଲା କେଉଁଠୁ ତାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ପରିବାର ଲୋକେ। ଯଦି ପୁଅ ଦେହ ଖରାପ ଥିବା ପୋଲିସ କାହିଁକି ଆମକୁ ପୁଅ କୁ ଦେଖାଇ ଦେଉ ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଘଟଣା କୁ ଖଣ୍ଡନ କରିଛନ୍ତି ସେ କହିଛନ୍ତି ସମସ୍ତ ଘାଟନ ସିଶିଟିଭି ରେ ରହିଛି ଯୁବକ ଙ୍କ ଦେହ ଖରାପ ହେବାରୁ ତାଙ୍କୁ କଟକ ମେଡିକାଲ ପଠା ଯାଇଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ପୋଲିସ ଘଟଣା ର ତଦନ୍ତ ଚଳାଇଛି। ଅନ୍ୟପଟେ ନ୍ୟାୟ ଦାବୀ କରିଛନ୍ତି ପରିବାର ଲୋକେ