ଦିନକ ପରେ ଗଜଲକ୍ଷ୍ମୀ ପୂଜା; ଶେଷ ପର୍ଯ୍ୟାୟରେ ତୋରଣ ନିର୍ମାଣ କାର୍ଯ୍ୟ By Swadhikar News Last updated Oct 5, 2025 ରାୟଗଡ଼ା ଜିଲ୍ଲା ବିଷମକଟକ ଠାରେ ଆଶ୍ୱିନ ପୂର୍ଣ୍ଣିମା ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବାକୁ ଥିବା ବେଳେ ତୋରଣ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଆଉ ଗୋଟିଏ ଦିନ ପୂଜା ରହିଥିବାରୁ କାରିଗରମାନେ ଦିନରାତି କାର୍ଯ୍ୟକରି ତୋରଣ କାର୍ଯ୍ୟ ସମାପ୍ତ କରିବାରେ ଲଗି ପଡିଛନ୍ତି। ବିଷମକଟକ ଦୋଳ ମଣ୍ଡପ ଠାରେ ମା’ଙ୍କ ପୂଜା ୧୩ ଦିନ ଧରି କରାଯିବାର ନିର୍ଦ୍ଧାରଣ କରାଯାଇଥିବାରୁ ପୂଜାସ୍ଥଳକୁ ସୁନ୍ଦର ଆଲୋକମାଳରେ ସଜ୍ଜା କାର୍ଯ୍ୟ ଚାଲୁ ରହିଛି।ଟିଟଲାଗଡ଼ ଗ୍ରାମର କୈଳାସ ସାହୁ ମା’ଙ୍କ ମୃଣୟ ପ୍ରତିମା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ମାଁ ଙ୍କ ପ୍ରତିମା ର ରଙ୍ଗକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଚଳିତ ବର୍ଷ ମା’ଙ୍କ ପ୍ରତିମା ଯେପରି ଭକ୍ତଙ୍କ ଆକୃଷ୍ଣ କରିବ ସେଥି ପ୍ରତି କାରିଗର ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଚଳିତ ମାସ ୬ରୁ ୧୮ତାରିଖ ପର୍ଯ୍ୟନ୍ତ ପୂଜା ହେବାସହ ୧୯ତାରିଖରେ ଦିନ ବିସର୍ଜନ କରିବା ନିମନ୍ତେ ସୂଚୀ ନିର୍ଦ୍ଧାରଣ ହୋଇଛି। ପୂଜା ପ୍ରଥମ ଦିନରେ ଗଙ୍ଗା ଆବହନ କରି ମା’ଙ୍କ ମୃଣ୍ମୟୀ ପ୍ରତିମା ପ୍ରାଣ ନ୍ୟାସ କରାଯିବ।ପୂଜା ଅବସରରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ପୂଜାର ଦ୍ୱିତୀୟ ଦିବସ ଅପରାହ୍ନରୁ ଜୟମାତାଜୀ ଭଜନ ସନ୍ଧ୍ୟା, ତୃତୀୟ ଦିନରୁ ଏକାଦଶତମ ଦିବସ ପର୍ଯ୍ୟନ୍ତ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ, ଦ୍ୱାଦଶ ଓଲିଉଡ ଗାୟିକା ଅସିମା ପଣ୍ଡାଙ୍କ ମ୍ୟାଲୋଡି କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର ହୋଇଛି। ପୂଜା ସମୟରେ ଦର୍ଶକଙ୍କ ଶାନ୍ତି ଶୃଙ୍ଖଳାର ଦର୍ଶନ ନିମନ୍ତେସୁ ବନ୍ଦୋବସ୍ତ କରାଯାଇଛି ବୋଲି ପୂଜା କମିଟି ସଭାପତି ଅରବିନ୍ଦ ମହାରଣା ସୂଚନା ଦେଇଛନ୍ତି। ପୂଜା କମିଟିର ସଦସ୍ୟମାନେ ହେଲେ ଅରବିନ୍ଦ ମହାରଣା, ଆଲୋକ ଖୁଂଟିଆ, ରାଜକିଶୋର ପଟ୍ଟନାୟକ, ପ୍ରଦୀପ ସାହୁ, ଅଶୋକ ତ୍ରିପାଠୀ, ଯୁଗଳ ଭିମ୍ସିଂ, ଶେଖ ଇସାକ, ଏଲ୍. ନିଳମାଧବ ଏବଂ ସୁଧାସୁଂ ଖେର ପାତ୍ର ପ୍ରମୁଖଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଗ୍ରାମବାସୀଙ୍କ ସହଯୋଗରେ ପୂଜାଟି ମହା ଆଡମ୍ବରରେ ଆୟୋଜିତ ହେବାକୁଯାଉଛି। gajalaxmi pujaswadhikarswadhikar news Share