ଦିବ୍ୟାଙ୍ଗ ଦମ୍ପତିଙ୍କୁ ୭ ଦିନ ମଧ୍ୟରେ ବିବାହ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଅବହେଳା କଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଦିବ୍ୟାଙ୍ଗ ଯୁବକ-ଯୁବତୀ ଏବେ ସାଧାରଣ ବ୍ୟକ୍ତି ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହାୟତା ଦେଉଛନ୍ତି । ତେଣୁ ପ୍ରୋତ୍ସାହନ ରାଶି ଦେବାରେ ଅବହେଳା ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନେକ ଆବେଦନକାରୀ ସହାୟତା ରାଶି ପାଇଁ ଅପେକ୍ଷାରତ ଥିବା ସମୀକ୍ଷା ବେଳେ ସାମ୍ନାକୁ ଆସିଛି । ଆଗକୁ ଯଦି ଏଭଳି ଘଟଣା ସାମ୍ନାକୁ ଆସେ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ କହିଛନ୍ତି ।