Odia News Portal

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚିବେ । ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବାକୁ ଥିବାବେଳେ ଶନିବାର ଦିନ ୧୧ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ୟ୍ୟକ୍ରମରେ ଯୋଗଦେବେ । ଦିନ ୧୨ଟାରୁ ସାଢ଼େ ୧୨ଟା ୩୦ ପର୍ୟ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ ।
ଏହା ପରେ ୦୧: ୨୦ ମିନିଟରେ ବିଜେପି ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟା ରୁ ୫ଟା ପର୍ୟ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ଏକ ବୈଠକରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।