ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ । ପରାଜୟ ଲୁଚାଇବା ପାଇଁ ପାକିସ୍ତାନ ମିଛ ଖବର କାଗଜ ପ୍ରଚାର ପ୍ରସାର କରିଥିଲା । ଫ୍ୟାକ୍ଟ ଚେକ ବେଳେ ଧରିଲା ପାକିସ୍ତାନର ନିଜ ଖବର କାଗଜ ଦି ଡନ । ଯୁଦ୍ଧକୁ ନେଇ ନିଜ ଦେଶର ଲୋକଙ୍କୁ ଭକୁଆ ବନାଇଥିଲା ପାକିସ୍ତାନ । ବ୍ରିଟେନ ଖବରକାଗଜର ନକଲି ପେଡ ବନାଇ ଭକୁଆ ବନାଇଥିଲା ପାକିସ୍ତାନ । ଦି ଟେଲିଗ୍ରାଫ ପାକ ବାୟୁ ସେନା ସମ୍ପର୍କରେ ନକଲି ପେଜ ବନାଯାଇଥିଲା । ପାକ ବାୟୁ ସେନା କିଙ୍ଗ ଅଫ ସ୍କାଏ ଲେଖି ପାକିସ୍ତାନ ଖବର ଛାପିଥିଲା । ଏହି ଖବରକୁ ସଂସଦରେ ଦେଖାଇ ଚର୍ଚ୍ଚା ସାୁଁଟିଥିଲେ ପାକ ବୈଦେଶିକ ମନ୍ତ୍ରୀ ।