Odia News Portal

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା : ଭାଇରାଲ ଅଡିଓକୁ ନେଇ ପୋଲିସର ତନାଘନା

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଭାଇରାଲ ଅଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କଲା । ତଦନ୍ତ ପରିସରଭୁକ୍ତ ହେବେ ସାମ୍ବାଦିକ ଅକ୍ଷୟ ନାୟକ । କିଛି ସମୟ ପରେ ସେ ଡିସିପି କାର୍ଯ୍ୟାଳୟରେ ହାଜର ହେବେ । ଭାଇରାଲ ହେବା ପରେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ୍ ପୋଲିସ । ଗତ ୨୪ ତାରିଖରେ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଧଉଳି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର, ଅକ୍ଷୟ ନାୟକଙ୍କ ସହ ଏକ ଘଂଟାରୁ ଅଧିକ ସମୟ କଥା ହୋଇଥିଲେ । ଏହି ଅଡିଓକୁ ସାମ୍ନାକୁ ଆଣିଥିଲେ ଅକ୍ଷୟ । ଭାଇରାଲ ହୋଇଥିବା ଅଡିଓ କଲରେ ଧର୍ମେନ୍ଦ୍ର ଅନେକ ବ୍ୟକ୍ତିଙ୍କ ନାଁ ନେଇଛନ୍ତି । ଯେଉଁଥିରେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାଶଙ୍କ ନାମ ମଧ୍ୟ ରହିଛି ।