Odia News Portal

ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ ‘ସାରା’, ବୟସାଧିକ କାରଣରୁ ମୃତ୍ୟୁ

ଆଖି ବୁଜିଲା ନାଲି ବାଘୁଣୀ ‘ସାରା’। ୨୦୦୯ ମସିହାରେ ନନ୍ଦନକାନନକୁ ଆସିଥିବା ବାଘୁଣୀ ସାରା’ର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ ସାରାର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ବାଘୁଣୀକୁ ୧୯ ବର୍ଷ ହୋଇଥିଲା।

ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା’ର ମୃତ୍ୟୁ ଘଟିଛି।

ନନ୍ଦନକାନନ ପ୍ରାଣୀଉଦ୍ୟାନର ବାଘ ସଫାରୀରେ ୩୩ନମ୍ବର ଚାମ୍ବରରେ ରହୁଥିଲା ‘ସାରା’। ବର୍ଦ୍ଧକ୍ୟଜନିତ ରୋଗରେ ସେ ଆକ୍ରାନ୍ତ ଥିଲା। କିଛିଦିନ ହେବ ସେ ଠିକ୍ ଭାବେ ଖିଆପିଆ କରୁନଥିଲା। ଯେଉଁଥି ପାଇଁ ପ୍ରାଣୀଉଦ୍ୟାନ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା।

ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡ଼ିଆଖାନାରୁ ୨୦୦୯ ମସିହାରେ ନନ୍ଦନକାନନ ଆସିଥିଲା ବାଘୁଣୀ ‘ସାରା’। ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା। ସାରା ମୃତ୍ୟୁ ପରେ ଏବେ ବାଘ ସଂଖ୍ୟା ୨୬କୁ ପହଞ୍ଚିଛି।