ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ ।
ନଭେମ୍ବର ୮ ତାରିଖରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ।