Odia News Portal

ନାବାଳିକା ପୋଡ଼ି ଘଟଣା, ବଳଙ୍ଗା ଥାନାରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍

 ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ। ଏକାସଙ୍ଗେ ତିନିଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ଟିମ୍ ପୀଡ଼ିତାଙ୍କ ସାଙ୍ଗଙ୍କ ଘରେ ପହଞ୍ଚିଛି । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି  ।

ବଳଙ୍ଗା ବଜ଼ାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରିଛି ପୋଲିସ। ଦିନକ ତଳେ ରୁପା ମୁଦି ମିଳିଥିଲା । ତେଣୁ କେଉଁଠୁ ଆସିଥିଲା ରୁପା ମୁଦି, ସେଥିପାଇଁ ଅଳଙ୍କାର ଦୋକାନୀଙ୍କୁ ପଚରାଉଚରା କରାଯାଇଛି  ।  ପୀଡିତା ନିଜ ଘର ଠାରୁ ନଦୀ ବନ୍ଧ ଆଡ଼କୁ ଯାଉଥିବାର ଲୋକେ ଦେଖିଛନ୍ତି ।  ତେବେ କିରୋସିନ ଆସିଲା କୋଉଠୁ, ତା ଉପରେ ସ୍ପେଶାଲ ଟିମ ଅନୁଧ୍ୟାନ କରୁଛି  ।  ସେପଟେ ଦୁଇ ଦିନ ହେଲାଣି ପୁଲିସ ତଦନ୍ତ କରୁଛି କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିନି  ।  କିଏ ଓ କାହିଁକି ନାବାଳିକାଙ୍କୁ ଜାଳିଦେଲେ, ସେ ରହସ୍ୟ ଉପରୁ ପରଦା ହଟାଇ ପାରିନି ପୁଲିସ। ଗତକାଲି ଘଟଣାସ୍ଥଳକୁ ଯାଇଥିଲେ ସାଇଣ୍ଟିଫିକ୍ ଟିମ୍  ।