Odia News Portal

ନିର୍ମାଣାଧୀନ କୋଠାରୁ ଖସି ପଡିଲେ ଶ୍ରମିକ; ଚାଲିଗଲା ଜୀବନ

କଟକରେ ନିର୍ମାଣାଧୀନ କୋଠାର ୬ ମହଲାରୁ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣାଧିନ କୋଠାରୁ ସଂପୃକ୍ତ ଶ୍ରମିକ ଖସିପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତଦେହକୁ ଉଦ୍ଧାର କରି SCB ମେଡିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି।

ମୃତ ଶ୍ରମିକ ଜଣଙ୍କ ବିହାରର ବୋଲି କୁହାଯାଉଛି। ମୃତକଙ୍କ ନାଁ ସୁଜୟ କୁମାର, ବୟସ ୨୦ ବର୍ଷ। ଛଅ ତାଲା ଉପରେ ଲୁହାରଡ଼ ବାନ୍ଧୁଥିବା ବେଳେ ଦୁଭାର୍ଗ୍ୟବଶତଃ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ କଟକ ସିଟି ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀରକୁ କଟକ ଏସସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ୍।

ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ନିର୍ମାଣ କାର‌୍ୟ୍ୟ ଚାଲିଥିବା ବେଳେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ନା ନାହିଁ ତାହା ଜଣାପଡ଼ିନାହିଁ।