Odia News Portal

ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ

ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ମୌସୁମୀ ପାଇଁ ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ ରହିଲା । ଜୁନ ୨୩ ତାରିଖରେ ଉପ-ନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା । ୧୧୩୧ଟି ପଦ ପାଇଁ ଉପ-ନିର୍ବାଚନ ହୋଇଥାଆନ୍ତା ।ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି କୁହାଯାଇଥିଲା । ମୃତ୍ୟୁ, ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲାରେ ପରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଆସନ ଖାଲି ରହିଥିଲା । ଚଳିତ ମାସ ୨୬ରୁ ୩୧ ମଧ୍ୟରେ ନାମାଙ୍କନ ଦାଖଲ, ଜୁନ୍ ୪ରେ ନାମାଙ୍କନ ପ୍ରତ୍ୟାହାର ଓ ଜୁନ୍ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ରହିଥିଲା । ପରଦିନ ଭୋଟ ଗଣତି ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥାନ୍ତା ।