Odia News Portal

ପଞ୍ଜାବରେ ଆପ୍‌କୁ ବଡ଼ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ

ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ଶକ୍ତ ଧକ୍କା ଲାଗିଛି। ଦଳର ତିନି ଜଣ ବିଧାୟକ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏହି ଘଟଣା ପଞ୍ଜାବ ରାଜନୀତିକୁ ସରଗରମ କରିବା ସହ ଶାସକ ଦଳର ରାଜନୈତିକ ସମୀକରଣକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌ଙ୍କ ସରକାର ପାଇଁ ଏହା ବଡ଼ ଚାଲେଞ୍ଜ ହୋଇଛି।ବିଜେପିରେ ଯୋଗ ଦେଇଥିବା ତିନି ନେତା ହେଲେ ଅମୃତସର ଉତ୍ତର ଆସନର ବିଧାୟକ କୁୱଁର ବିଜୟ ପ୍ରତାପ ସିଂହ, ସମାନା ଆସନର ବିଧାୟକ ଚେତନ ସିଂହ ଜୌରାମାଜରା ଓ ସନୌର ଆସନର ବିଧାୟକ ହରମିତ ସିଂହ ପଠାନମାଜରା। ପୂର୍ବତନ ଆଇପିଏସ୍‌ କୁଁୱର ବିଜୟ ପ୍ରତାପ ସିଂହଙ୍କୁ ଆପ୍‌ ପୂର୍ବରୁ ନିଲମ୍ବିତ କରିଥିଲା।