Odia News Portal

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌; ୯ ମୃତ,୧୧ ଗରୁତର

ପଞ୍ଜାବ ଲୁଧିୟାନାରେ ବଡ ଅଘଟଣ । ଗ୍ୟାସ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି । ଆହତମାନେ ଏବେ ବି ବେହୋସ ରହିଛନ୍ତି । ତେବେ କେଉଁ ଗ୍ୟାସ ଲିକ୍‌ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍‌ ସାମିଲ ହୋଇଛନ୍ତି ।

ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ଏହାଛଡ଼ା କିଛି ଗୃହପାଳିତ ପଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଗ୍ୟାସ୍ କିପରି ଲିକ୍ ହେଲା ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ନିଶ୍ୱାସ ନେବାକୁ ଅସୁବିଧା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଲୁଧିୟାନାରେ ଗତବର୍ଷ ମଧ୍ୟ ଏପରି ଏକ ଅଘଟଣ ଦେଖିବାକୁ ମିଳିଥିଲା । ଏକ ଟ୍ୟାଙ୍କରରୁ କାର୍ବନ ଡାଇଅକ୍ସାଇଡ ଲିକ୍ୱିଡ ଗ୍ୟାସ୍ ଲିକ୍ ହୋଇ ୫ ଜଣ ଲୋକ ପୀଡିତ ହୋଇଥିଲେ ।