Odia News Portal

ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାରଦିନ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥର ୬ ଜଣ ପଦ୍ମବିଭୂଷଣ ପାଇଥିବାବେଳେ  ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ।

ପଦ୍ମବିଭୂଷଣ ପୁରସ୍କାର ପାଇଁ ୬ ଜଣଙ୍କ ନାଁ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି ପୁରସ୍କାର ଦିଆଯାଇଥିଲା । ବାସ୍ତୁକଳା ପାଇଁ ପ୍ରଫେସର ବାଳକୃଷ୍ଣ ଦୋଶୀ (ମରଣୋତ୍ତର), ପୂର୍ବତନ ମନ୍ତ୍ରୀ ଏସ.ଏମ.କୃଷ୍ଣାଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି । ଦୋଶୀଙ୍କ ପାଇଁ ତାଙ୍କ ପୌତ୍ରୀ ଖୁସନୁ ପନ୍ତକି ଏହି ପୁରସ୍କାର ଗ୍ରହଣ କରିଥିଲେ ।  ସେହିପରି ଶିଳ୍ପପତି କୁମାର ମଙ୍ଗଳମ ବିରଲା ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି।

ଓଡ଼ିଶାରୁ ୪ ଜଣଙ୍କ ନାମ  ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସେମାନେ ହେଲେ କଳା ପାଇଁ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଂଗବତୀର ଗାୟିତା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ । କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।

ପଦ୍ମଶ୍ରୀ ଗ୍ରହଣ କରିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ଡକ୍ଟର ରତନ ଚନ୍ଦ୍ର କର ଏବଂ ଡକ୍ଟର ମୁନିଶୱର ଚନ୍ଦ୍ର ଡାବର, ସାମାଜିକ କର୍ମୀ ହୀରାବାଈ ଲୋବି, ନାଗା ସାମାଜିକ କାର୍ଯ୍ୟକର୍ତ୍ତା ରାମକୁଇବାନେଭ ନେଭମେ, ଭିପି ଅପୁକୁତନ ପୋଡୁୱାଲ, ଏସସି ଶେଖର, ଭେଦିଭ ଗୋପାଳ ଏବଂ ମୋସି ସଦାୟାନ, ଜୈବିକ କୃଷି ପ୍ରମୋଟର ତୁଲାରାମ ଉପରେଟି, ସନ୍ତୁର ବାଦକ ଗୁଲାମ ମହମ୍ମଦ ଜାଜ, ପର୍ଶୁରାମ କୋମାଜୀ ଖୁନେ, ଛତିଶଗଡ଼ର ନାଟ୍ୟ କଳାକାର ଦୋମାର ସିଂ କୁଓ୍ବର, ଭାନୁଭାଇ ଚିତାରା ଏବଂ ଜୈବିକ କୃଷି ଅଗ୍ରଗାମୀ ନେକ୍ରାମ ଶର୍ମା ।