Odia News Portal

ପାକିସ୍ତାନର ଡାହା ମିଛ;ପରମାଣୁ ସଂରକ୍ଷଣ ଏୟାରବେସ୍‌କୁ ନେଇ ସୋସିଆଲ୍‌ ମିଡ଼ିଆରେ କରୁଛି ମିଛ ପ୍ରଚାର

ଅସ୍ତ୍ରବିରତି ପରେ ପାକସ୍ତାନର କରୁଛି ମିଛ ପ୍ରଚାର । ପାକ୍‌ର ସେନାଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଭାରତର ଗତିବିଧି ଜାଣିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ହେଉ ବା ଭାରତୀୟ ସେନାର ପ୍ରେସ୍‌ ବ୍ରିପିଂ ଏସବୁକୁ ନେଇ ପାକିସ୍ତାନ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହେଉଛି । ସେମାନଙ୍କର ସବୁଠୁ ବଡ଼ ଚିନ୍ତା ଭାରତର ପରବର୍ତ୍ତୀ ପଦକ୍ଷେପ କଣ ହେବ ? 

ଅନ୍ୟପଟେ ବର୍ତ୍ତମାନ ପାକିସ୍ତାନୀ ସୋସିଆଲ ମିଡ଼ିଆରେ ମିଛରେ ଦାବି କରାଯାଉଛି ଯେ ସରଗୋଧା ଜିଲ୍ଲାରେ ଅବସ୍ଥିତ ମୁସଫ ଏୟାରବେସ୍‌ ଉପରେ ଭାରତ ଆକ୍ରମଣ କରିଛି । ଏହା ସେହି ଏୟାରବେସ୍‌ ଯାହା କିରାଣା ପାହାଡ଼ ତଳେ ନିର୍ମିତ ଭୂତଳ ପରମାଣୁ ସଂରକ୍ଷଣ ସହିତ ସଂପୃକ୍ତ ବୋଲି କୁହାଯାଉଛି । କିନ୍ତୁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବରେ ଏହାକୁ ପ୍ରତ୍ୟାଖାନ କରିଛି । 

ଏୟାର ମାର୍ଶଲ ଏକେ ଭାରତୀ ପ୍ରେସ୍‌ ବ୍ରିପିଂରେ ସ୍ପଷ୍ଟ କହିଛନ୍ତି ଯେ ଆମ ତରଫରୁ ପାକ୍‌ର କିରାଣା ପାହଡ଼ ତଳେ ଅବସ୍ଥିତ ପରମାଣୁ ସଂରକ୍ଷଣ ଏୟାରବେସ୍‌କୁ ଟାର୍ଗେଟ୍‌ କରାଯାଇନି । ସେ ମଜାକ୍‌ ଅନ୍ଦାଜରେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନକୁ ଧନ୍ୟବାଦ କି ଆମକୁ ଜଣାଇଲେ ଯେ କିରାଣା ପାହାଡ଼ ତଳେ ପରମାଣୁ ସଂରକ୍ଷଣ ଅଛି । ଆମେ ଏହା ଜାଣିନଥିଲୁ,କି ସେଠାରେ କୌଣସୀ ଆକ୍ରମଣ ଆମେ କରିନାହୁଁ ।  

ତେବେ ପାକ୍‌ ନିଜର ଜନସାଧାରଣକୁ ଜଣାଇବା ପାଇଁ ଏପରି ମିଛ ପ୍ରଚାର କରୁଥାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ ଏ ସବୁ ପରେ ପାକିସ୍ତାନ ପରମାଣୁ ବମ୍‌ ସହ ଜଡ଼ିତ ତଥ୍ୟ ଜାଣିବା ପାଇଁ ଗୁଗଲ୍‌ରେ ସର୍ଚ୍ଚ କରୁଛନ୍ତି ସେଠାକାର ସାଧାରଣ ଲୋକେ ।