Odia News Portal

ପାଣ୍ଡିଆନଙ୍କୁ ବିଜେଡି ସଦସ୍ୟ ଭାବେ ସ୍ୱାଗତ କଲେ ନବୀନ

୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଗତ କିଛି ବର୍ଷ ହେବ ପାଣ୍ଡିଆନ ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ ପାଇଁ କଠୋର ପରିଶ୍ରମ କରିଆସୁଛନ୍ତି। ବିଜେଡି ସଦସ୍ୟ ଭାବେ ଆଗକୁ ମଧ୍ୟ ସେ ଏଭଳି କାମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରି କହିଥିଲେ। ବିଜେଡିରେ ଯୋଗ ଦେଲା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ ପାଣ୍ଡିଆନ।

ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଇଡାନ୍ସରେ ସେ ରାଜ୍ୟର ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ ନିଷ୍ଠାର ସହ କାମ କରିବେ ବୋଲି ବିଜେଡିରେ ସାମିଲ ହେବା ପରେ ଭି.କେ ପାଣ୍ଡିଆନ କହିଛନ୍ତି। ଏଥିପାଇଁ ସେ ସମସ୍ତ ଦଳୀୟ କର୍ମୀଙ୍କ ସହଯୋଗ ଲୋଡିଛନ୍ତି ପାଣ୍ଡିଆନ ।