Odia News Portal

ପାଣ୍ଡିଆନଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ

ବର୍ତ୍ତମାନ ରାଜ୍ୟରେ ବଡ ରାଜନୈତିକ ହଲଚଲ । ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍ । ତେବେ ବିଜେଡିରେ ସକ୍ରିୟ ରାଜନୀତି ସହ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେଉଛି । ଅକ୍ଟୋର ମାସରେ ସେ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି ନେଇଥିଲେ । ଏହାପରେ କ୍ୟାବିନେଟ୍ ପାହ୍ୟା ସହିତ ତାଙ୍କୁ ନବୀନ ଓଡିଶା ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟର ପାଖାପାଖି ସବୁ ଜିଲ୍ଲା ବୁଲି ଲୋକଙ୍କର ଦାବୀ ଓ ସମସ୍ୟା ଶୁଣିଥିଲେ ପାଣ୍ଡିଆନ୍ । ଲୋକଙ୍କର ଅଭାବ ଅସୁବିଧା ବାବଦରେ ଅନେକ ଦସ୍ତାବିଜ୍ ମଧ୍ୟ ଗ୍ରହଣ କରିଥିଲେ ।