ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେନସନରେ ଘଟିଥିବା ଭୟଙ୍କର ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ତାପରକୁ ତାପର ଘଟି ଚାଲି ଅନେକ ରେଳ ଦୁର୍ଘଟଣା । ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗରେ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମେଦିନୀପୁରରୁ ହାୱାଡ଼ା ଯାଉଥିବା ଏକ ଲୋକାଲ ପାସେଞ୍ଜର ଟ୍ରେନଟି ଟ୍ରାକରୁ ଖସିଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଶନିବାର ଦିନ ରାତି ପ୍ରାୟ ୧୦ଟାରେ ମେଦିନୀପୁରରୁ ହାୱାଡ଼ା ଯାଉଥିବା ଏହି ଲୋକାଲ ପାସେଞ୍ଜର ଟ୍ରେନଟି ଖଡ଼ଗପୁରରେପ୍ରବେଶ କରିବା ପୂର୍ବରୁ ଗିରି ମଇଦାନରେ ଏହି ଅଘଟଣ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଁଛି ତଦନ୍ତ ଜାରି ରଖିଛନ୍ତି ।