Odia News Portal

ପୁଣି ଇତିହାସ ରଚିଲା ଇସ୍ରୋ : ବିଶ୍ବର ସବୁଠାରୁ ମହଙ୍ଗା ସାଟେଲାଇଟ୍ ‘ନିସାର’ର ହେଲା ଉତ୍‌କ୍ଷେପଣ

ଆନ୍ଧ୍ର ଶ୍ରୀହରିକୋଟାରୁ ହେଲା ‘ ନିସାର ‘ ଉପଗ୍ରହର ଉତ୍‌କ୍ଷେପଣ ।  ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଜି ଲଞ୍ଚ ହେଲା ସାଟେଲାଇଟ୍ ‘ନିସାର’ ।  ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ ‘ନିସାର’କୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଗଲା ।  ଶ୍ରୀହରି କୋଟା ସ୍ଥିତ ଶତିସ ଧୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଗଲା ।  ଜିଏସ୍‌ଏଲଭି-ଏଫ୍୧୬ ରକେଟ୍‌ ଦ୍ବାରା ସାଟେଲାଇଟ୍ ‘ନିସାର’ର ଉତ୍‌କ୍ଷେପଣ କରାଗଲା ।  ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ଏହି ସାଟେଲାଇଟ୍ ।  ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ ।

ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍‌ ପ୍ରସ୍ତୁତ କରି ତଥ୍ୟ ପଠାଇବ ।  ନାସା ଓ ଇସ୍ରୋ ଦ୍ବାରା ପ୍ରସ୍ତୁତ ହୋଇଥିବାରୁ ଏହି ସାଟେଲାଇଟ୍ ନାମ ନିସାର ରଖାଯାଇଛି । ମହାକାଶ ବିଜ୍ଞାନ ଇତିହାସରେ ଏହା ସବୁଠାରୁ ଦାମୀ ସାଟେଲାଇଟ୍ ।  ପାରମ୍ପରିକ ସାଟେଲାଇଟ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ‘ନିସାର ‘।  ପୃଥିବୀରେ ଦ୍ରୁତ ଗତିରେ ହେଉଥିବା ପାଣିପାଗ ପରିବର୍ତ୍ତନକୁ ବୁଝିବା ପାଇଁ ସକ୍ଷମ ନୁହେଁ ପାରମ୍ପରିକ ସାଟେଲାଇଟ୍ । ଆଉ ଏହାକୁ ଦୃଷ୍ଟିରେ ରଖି ‘ନିସାର’କୁ ବିକଶିତ କରିଛନ୍ତି ବୈଜ୍ଞାନିକ ।