ପୁଣି ବିବାଦରେ ଆଉ ଜଣେ ବାବା By Swadhikar News Last updated Aug 17, 2025 ମୁଣ୍ଡରେ ଚିତା ଚୈତନ୍ୟ ଦେହରେ ଗେରୁଆ ବସ୍ତ୍ର। ଲଣ୍ଡିତ ମସ୍ତକ, ବେକରେ ତୁଳସୀ ମାଲ। ଦେଖିବାକୁ ପୁରା ସାଧୁ ସନ୍ୟାସୀ କିନ୍ତୁ କାମ ବାବାଙ୍କୁ ଦେଖିଲା ମାତ୍ରେ ମୁଣ୍ଡିଆ ପକାନ୍ତି ଭକ୍ତ। ସଂସାରର ମୋହ ମାୟା, କାମନା ବାସନାକୁ ପର କରି ହୋଇଥିଲେ ବାବା। ଲୋକଙ୍କୁ ସତକର୍ମ କରିବାକୁ ପ୍ରବଚନ ଦେଉଥିଲେ କିନ୍ତୁ ନିଜେ କରିଦେଲେ ପାପକର୍ମ। ଆଶ୍ରମରେ ରହୁଥିବା ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ କଲେ ଏହି କାମୁକ ବାବା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମଠକରଗୋଳାରୁ । କାମୁକ ବାବା ଜଣକ ହେଉଛନ୍ତି ମଦନ ମୋହନ ପରିଡ଼ା। ଅଭିଯୋଗ ଅନୁସାରେ ପୀଡ଼ିତା ଜଣକ ୧୫ ଦିନ ତଳେ ମଠକରଗୋଳା ଆଶ୍ରମରେ ଠାକୁରଙ୍କ ସେବା କରିବାକୁ ଆସିଥିଲେ। ଆଶ୍ରମ ରେ ମହିଳା ଜଣକ ରହି ଆଶ୍ରମ ରେ ସେବା କରିବା ସହ ଆଶ୍ରମ ଦ୍ୱାରା ପରିଚାଳିତ ଏକ ଭୋଜନାଳୟ ରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ l ଠାକୁର ଙ୍କ ସେବା ଠାରୁ ଆରମ୍ଭ କରି ଭୋଜନାଳୟ ରେ ଖାଦ୍ୟ ପ୍ରସ୍ତୁତି ରେ ସହାୟତା କରୁଥିଲେ ମହିଳା l ତେବେ ଭଗବାନଙ୍କ ସେବା କରିବାକୁ ଡାକି ବଳାତ୍କାର କରିଛନ୍ତି ବାବା ଜଣକ । ରାତିରେ ଶୋଇଥିବା ବେଳେ ବାବା ରୁମ୍ ଭିତରକୁ ଯାଇ ଯାଇ ବଳାତ୍କାର କରିଥିଲେ ବୋଲି ସଂଗୀନ ଅଭିଯୋଗ କରିଛନ୍ତି ପିଡ଼ିତା । ଶୁଣନ୍ତୁ କଣ କହୁଛନ୍ତି ପିଡ଼ିତା ମହିଳା ଅନ୍ତେବାସୀ । ତେବେ ଆଶ୍ରମ ଟି ମଧୁମଙ୍ଗଳ ଟ୍ରଷ୍ଟ ନାମ ରେ ପରିଚାଳିତ ହେଉଥିବା ବେଳେ ଭୋଜନାଳୟ ର ନାମ ଶ୍ରୀ ଗୋବିନ୍ଦ ଭୋଜନାଳୟ ହୋଇଥିବା ଜଣା ପଡିଛି l ତେବେ ମହିଳା ଅନ୍ତେବାସୀ ଙ୍କ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ବାବାଙ୍କୁ ଗରିଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି l ପୀଡିତାଙ୍କୁ ଧରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପ୍ରମାଣ ସଂଗ୍ରହ କରିଛି। ତେବେ ଘଟଣା କୁ ନେଇ ଆଶ୍ରମ ର ବାବା ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ l crime news odishaswadhikarswadhikar news Share