Odia News Portal

ପୁରୀରୁ ଲୋକ ସଭା ଲଢ଼ିବେ ମୋଦି

ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ନିଜ ନିଜର ଭୋଟ ହାତେଇବାକୁ ଏବେ ଠୁ ପ୍ରସ୍ତୁ୍ତି ଆରମ୍ଭ କରିଦେଲେଣି । କିଏ କେଉଁଠୁ ଲଢ଼ିବେ ସେନେଇ ଚର୍ଚ୍ଚା ହେବାକୁ ଲାଗିଲାଣି । ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିପାରନ୍ତି । ମୋଦି ପୁରୀରୁ ଲଢ଼ିବେ ବୋଲି କହିଲେ ଜୟନ୍ତ ଷଡ଼ଙ୍ଗୀ । ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବଡ ସୂଚନା । କହିଛନ୍ତି ମୋଦି ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ମୁଁ ଶୁଣିଛି । ମୋଦି ଲୋକସଭା ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ । ଏପରି ହେଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ।