Odia News Portal

ପୁରୀରେ ହବିଷ୍ୟାଳୀ ମୃତ

କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ଚିକିତ୍ସାଧିନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ମୃତ୍ୟୁ ହୋଇଛି । ଶ୍ରୀମନ୍ଦିର ଭିତରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ।

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଜଣେ ହବିଷ୍ୟାଳୀ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ ହବିଷ୍ୟାଳୀ ଜଣଙ୍କ ୭୩ ବର୍ଷ ବୟସ୍କ ଫକୀର ଧାରୁଆ । ସେ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି ।