Odia News Portal

ପୁରୀ ଜିଲ୍ଳାରୁ ଧଳା ଜହର ଜବତ

ପୁରୀ ଜିଲା ଅନ୍ତର୍ଗତ ପିପିଲି କାକୁଡିଆ ଛକରେ ଧଳା ଜହର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। କାକୁଡିଆ ଛକରୁ ପ୍ରାୟ ୩୨୫ ଗ୍ରାମ ଧଳାଜହର ଜବତ କରାଯାଇଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରି ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ।