Odia News Portal

ପୁରୀ ଠାରୁ ୭୦ କିଲୋମିଟର ଦୂରରେ ଜୱାଦ


ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଂଟା ହେବ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ଜୱାଦ ।ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସମୟରେ ବେଳେ ବେଳେ ୬୫ କିଲୋମିଟର ଝଟକା ଅନୁଭୁତ ହେଉଛି । ଉତ୍ତର ଉପକୂଳ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।