ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି । ପୋଲିସ ଡ଼ିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ । ଦଳାଚକଟା ଘଟଣା ପରେ ସମସ୍ତ ସ୍ଥିତିକୁ ନେଇ ଆଗୁଆ ସତର୍କ ରହିଛନ୍ତି ପୋଲିସ ଓ ପ୍ରଶାସନ ।