Odia News Portal

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ : ସମ୍ବଲପୁର, ଝାରସୁଗୁଡ଼ା, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ରେଡ୍

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ । ସକାଳୁ ସକାଳୁ ସ୍ବର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଏକାବେଳେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଛି ରେଡ୍ । ଦୀପାଳି ଦାସ ପୁରୀରୁ ଫେରୁଥିବାବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ ନଜର ରଖିଛି । ୩ଟି ଅଫିସ ବନ୍ଦ ଅଛି । 

ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ଉ ଆରମ୍ଭ ହବ । ଏହି ଚଢ଼ାଉରେ ଏକା ସଙ୍ଗେ ୧୮୦ ଅଧିକାରୀ ସାମିଲ ଅଛନ୍ତି । ୧୨୦ ଆଇଟି ଅଫିସର, ୪୦ CRPF, ୬୦ଟି ଗାଡ଼ି ଏବଂ ସାଇଣ୍ଟିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ ।