Odia News Portal

ପେଟ୍ରୋଲ ପକାଇ ପୁତୁରା ଘର ଜାଳିଦେଲେ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଘରୋଇ କଳିରୁ ପେଟ୍ରୋଲ ପକାଇ ପୁତୁରା ଘର ବଡ଼ବାପା ଜାଳିଦେଇଥିବା ଜଣାଯାଇଛି। ଏହି ଘଟଣାରେ ପୁତୁରା ଗୁରୁତର ହୋଇ କଟକ ରେଫର୍ ହୋଇଥିବା ବେଳେ ପୁଲିସ ଭୟରେ ବିଷ ପିଇ ବଡ଼ବାପା ଗୁରୁତର ହୋଇ ଢେଙ୍କାନାଳ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି।

ଭୁବନ ଥାନା ମହୁଲପାଳ ପଞ୍ଚାୟତର ସାମଲ ସାହିରେ ଜଳଖିଆ ଦୋକାନୀ ଚୈତନ୍ୟ ସାହୁଙ୍କର ପଡୋଶୀ ପାନ ଦୋକାନ କରିଥିବା ଟୁକୁନା ସାହୁଙ୍କ ମଧ୍ୟରେ ଜମିଜମା କଳି ଥିଲା। ରବିବାର ସକାଳୁ ଜମିଜମା ଘଟଣାକୁ ନେଇ ବାବାଜୀ ସାହୁଙ୍କ ପୁଅ ଚୈତନ୍ୟ ସାହୁ ତାଙ୍କ ସାନଭାଇ ନିତ୍ୟାନନ୍ଦ ସାହୁଙ୍କ ପୁଅ ଟୁକୁନା ସାହୁଙ୍କୁ ପେଟ୍ରୋଲ ପକାଇ ପୋଡ଼ି ମାରିବାକୁ ଗୋଡ଼ାଇଥିଲେ। ଆଜି ସକାଳୁ କଥା କଟାକଟି ପରେ ଚୈତନ୍ୟ ବୋତଲ ସାହାଯ୍ୟରେ ଟୁକୁନା ଘର ଉପରକୁ ପେଟ୍ରୋଲ ଢାଳି ଦେଇଥିଲେ। ନିଆଁ ବି ଲଗାଇ ଦେଇଥିଲେ। ଟୁକୁନା ଦରପୋଡ଼ା ଅବସ୍ଥାରେ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗ୍ରାମବାସୀ ଚୈତନ୍ୟଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।
ସୂଚନା ଅନୁଯାୟୀ,ଭୁବନ ଥାନା ମହୁଲପାଳ ପଞ୍ଚାୟତର ସାମଲ ସାହିରେ ଜଳଖିଆ ଦୋକାନୀ ଚୈତନ୍ୟ ସାହୁଙ୍କର ପଡୋଶୀ ପାନ ଦୋକାନ କରିଥିବା ଟୁକୁନା ସାହୁଙ୍କ ମଧ୍ୟରେ ଜମିଜମା କଳି ଥିଲା। ରବିବାର ସକାଳୁ ଜମିଜମା ଘଟଣାକୁ ନେଇ ବାବାଜୀ ସାହୁଙ୍କ ପୁଅ ଚୈତନ୍ୟ ସାହୁ ତାଙ୍କ ସାନଭାଇ ନିତ୍ୟାନନ୍ଦ ସାହୁଙ୍କ ପୁଅ ଟୁକୁନା ସାହୁଙ୍କୁ ପେଟ୍ରୋଲ ପକାଇ ପୋଡ଼ି ମାରିବାକୁ ଗୋଡ଼ାଇଥିଲେ। ଆଜି ସକାଳୁ କଥା କଟାକଟି ପରେ ଚୈତନ୍ୟ ବୋତଲ ସାହାଯ୍ୟରେ ଟୁକୁନା ଘର ଉପରକୁ ପେଟ୍ରୋଲ ଢାଳି ଦେଇଥିଲେ। ନିଆଁ ବି ଲଗାଇ ଦେଇଥିଲେ। ଟୁକୁନା ଦରପୋଡ଼ା ଅବସ୍ଥାରେ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗ୍ରାମବାସୀ ଚୈତନ୍ୟଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଏ ସଂପର୍କରେ ଚୈତନ୍ୟ ଜାଣିପାରି ଦାନାଦର ବିଷ ପିଇ ଦେଇଥିଲେ। ପୁଲିସ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ରେଫର କରିଛି।