ରାଜ୍ୟରେ ଆରମ୍ଭ ହେଲା ଷ୍ଟେଟ୍ କ୍ଲିନ୍ ଏୟାର ପ୍ରୋଗ୍ରାମ୍ । ଆଜି ବିଶ୍ବ ପରିବେଶ ଦିବସରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସହରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯୋଡ଼ା, ବଡ଼ବିଲ, କେନ୍ଦୁଝର, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ରାଜଗାଙ୍ଗପୁର, ବଣାଇ, ସମ୍ବଲପୁର, ପାରାଦୀପ, ବ୍ରହ୍ମପୁର ଓ ପୁରୀରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ୨୦୨୯ ସୁଦ୍ଧା ପ୍ରଦୂଷଣ ମାତ୍ରା ୪୦ ପ୍ରତିଶତ କମ୍ କରିବା ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତବର୍ଷ ରାଜ୍ୟର ୧୮୮ ପିକନିକ୍ ସ୍ପଟକୁ ପ୍ଲାଷ୍ଟିକ୍ ମୁକ୍ତ କରିବାରେ ସମର୍ଥ ହୋଇଛି ବନ ବିଭାଗ । ଏମିତିକି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଲଥ୍ ବ୍ୟାଗ୍ ଭେଣ୍ଡିଙ୍ଗ ମେସିନ ଲଗାଇବାକୁ ମଧ୍ୟ ଯୋଜନା କରିଛି ଜଙ୍ଗଲ ଓ ପରିବେଶ ବିଭାଗ ।
କେମିତି ପ୍ରଦୂଷଣ ମୁକ୍ତ ହେବ ଓଡ଼ିଶା?
ରାଜ୍ୟରେ ଆରମ୍ଭ ହେଲା ଷ୍ଟେଟ୍ କ୍ଲିନ୍ ଏୟାର ପ୍ରୋଗ୍ରାମ- SCAP
୨୦୨୯ ସୁଦ୍ଧା ୧୨ ସହରର ପ୍ରଦୂଷଣ ମାତ୍ରା ୪୦ ପ୍ରତିଶତ କମ୍ ଲକ୍ଷ୍ୟ
ସବୁ ପିକନିକ୍ ସ୍ପଟକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି
ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଲଥ୍ ବ୍ୟାଗ୍ ଭେଣ୍ଡିଙ୍ଗ ମେସିନ ଲଗାଇବାକୁ ଯୋଜନା
ଗତବର୍ଷ ରାଜ୍ୟରେ ୬ କୋଟି ୬୫ ଲକ୍ଷ ଗଛ ଲଗାଯାଇଛି
ରାଜ୍ୟରେ ଜଙ୍ଗଲ ୫୬୦ ବର୍ଗ କିଲୋମିଟର ବଢ଼ିଛି
ଚଳିତ ବର୍ଷ ସାଢ଼େ ୭ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ
ଜଳ, ଜମି, ଜଙ୍ଗଲ, ପାହାଡ଼, ବନ୍ୟଜନ୍ତୁ ଆମ ଜୀବନର ଅଂଶବିଶେଷ
ପ୍ରଦୂଷଣ ମୁକ୍ତ ଶିଳ୍ପ ସ୍ଥାପନ ଉପରେ ସରକାରଙ୍କ ଗୁରୁତ୍ବ