ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ ଘଟିଛ । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା । ୩ଜଣ ସମ୍ପର୍କରେ ସ୍ବାମୀ, ସ୍ତ୍ରୀ ଓ ନାତୁଣି । ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା।