Odia News Portal

ବଡ଼ବିଲ୍ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ବଡ଼ ଧରଣର ଡ଼କାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା-ସୁନା ଅଳଙ୍କାର

କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ବଡ଼ ଧରଣର ଡ଼କାୟତି ।  ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର ।  ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ।  ୫ଟି ବାଇକରେ ୬ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ସୁନା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।  ଦୁର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜରଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ଭର୍ତ୍ତି କରି ବନ୍ଦ କରିଦେଇଥିଲେ ।  ପରେ ଲକର୍ ଚାବି ଆଣି ସେଠାରୁ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ ।  ଖବରପାଇ ବଡ଼ବିଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି ।