Odia News Portal

ବଦଳିଲେ ୨ ରାଜ୍ୟର ରାଜ୍ୟପାଳ : ଅସୀମ ଘୋଷ ହେଲେ ହରିୟାଣା ରାଜ୍ୟପାଳ

 ବଦଳିଲେ ୨ ରାଜ୍ୟର ରାଜ୍ୟପାଳ। ଗୋଆ ଓ ହରିୟାଣା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାବ୍ୟତୀତ ଲଦାଖରେ ନୂଆ ଉପରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଅସୀମ କୁମାର ଘୋଷ ହରିୟାଣାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି । ସେହିପରି ପୁଷ୍ପପତି ଅଶୋକ ଗଜପତି ରାଜୁ ଗୋଆର ରାଜ୍ୟପାଳ ହୋଇଛନ୍ତି । ଲଦାଖ ଦାୟିତ୍ବରେ କବୀନ୍ଦ୍ର ଗୁପ୍ତାଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ପଦରୁ ବ୍ରିଗେଡିୟର ବି.ଡି ମିଶ୍ରାଙ୍କ ଇସ୍ତପା ଗ୍ରହଣ କରିଛନ୍ତି। ଯାହା ପରେ ନୂଆ ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି ।