Odia News Portal

ବରଗଡ଼ ଭେଡେନ୍ ବ୍ଲକ ଖୁଣ୍ଟୁଲିପାଲି ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା

ଭେଡେନ ବ୍ଲକ ଖୁଣ୍ଟୁଲିପାଲି ମଣ୍ଡିରେ ଧାନ କିଣାଵିକାରେ ଅବ୍ୟବସ୍ଥା  ।   ମଣ୍ଡିରେ ଧାନ ନ ଉଠିବାରୁ ଡାଲବ ଛକ ଠାରେ ଧାନ ବସ୍ତା ରଖି ଚାଷୀ ରାସ୍ତା ରୋକ କରିଛନ୍ତି ।  ଗୋଡ଼ଭୋଗା-ସୋନପୁର ୫୪ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି  ।   ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି  ।   ସେହିପରି ବାଲେଶ୍ବର ଭୋଗରାଇ ବ୍ଲକ ୫୭ ନମ୍ବର ରାଜ୍ୟ ରାଜପଥ ବାଉଁଶ ଡିହା ଛକ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତା ରୋକ କରିଛନ୍ତି  ।  ଟୋକନ ବୃଦ୍ଧି ଏବଂ ଚାଷୀଙ୍କ ପାଖରୁ ସରକାର ଧାନ କିଣିବା ନେଇ ଦାବି କରିଛନ୍ତି ଚାଷୀ ।