ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉତ୍କର୍ଷ ନିମାପଡା ସମ୍ମିଳନୀରେ ବର୍ଷକର ରିପୋର୍ଟ କାର୍ଡ ଦେଲେ । ୧୧ଟି ପ୍ରସଙ୍ଗରେ ଲୋକେ ରଖିଲେ ମତ, ଶୁଣିଲେ ଅଧିକାରୀ । ନିର୍ୱାଚନ ବେଳେ କଥା ଦେଇଥିଲି, ଅଫିସର ଆପଣଙ୍କ ଦାଣ୍ଡକୁ ଯିବେ । ୧୧ଟି ବିଭାଗର ୩୩ ଜଣ ଅଫିସରଙ୍କୁ ସାମ୍ନାରେ ଆଣିଛି । ଜଳ ନିଷ୍କାଷନ, ସଡକ ନିର୍ମାଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉଦାହରଣ । ୮ଟି ମନ୍ଦିରର ଉନ୍ନତି କରଣ ପାଇଁ ଅର୍ଥ ଅନୁମୋଦନ ହୋଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗ ରଥ ପ୍ରଦାନ କରାଯାଇଛି । ଶିକ୍ଷା ପାଇଁ ୨୨ କୋଟି, ଗମନାଗମନ ପାଇଁ ୧୪୬ କୋଟି । ପାନୀୟ ଜଳ କ୍ଷେତ୍ରରେ ୨୧୩ କୋଟି ବ୍ୟୟ କରାଯାଇଛି । ଉତ୍କର୍ଷ ନିମାପଡା ୨୦୩୬ ପାଇଁ ରୋଡମ୍ୟାପ ନେଇ ଆଲୋଚନା ଚାଲିଛି ।