Odia News Portal

ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଶେଷ ପର୍ଯ୍ୟାୟରେ ପୁଲିସ ତଦନ୍ତ

 ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ ।  ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍‌ପି ଓ ବଳଙ୍ଗା ଥାନା ଅଧିକାରୀ  ।  ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେଡର୍କ କରିଛି ପୁଲିସ୍  । 

ବୟାନରେ ଗୋଟି ଗୋଟି କରି ସମ୍ପୂର୍ଣ ସତ କଥା ପୀଡିତା ପୋଲିସଙ୍କୁ ବୟାନରେ କହିଥିବା ଜଣାପଡ଼ିଛି ।  ପୁଲିସ୍ କୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହସ୍ତଗତ ହୋଇଥିବା ସୂଚନା ମିଳିଛି  ।   ତାଙ୍କୁ ୩ ଜଣ ଉଠାଇ ନେଇଥିବା ସେ ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ କହିନଥିବା ପୁଲିସ୍ କୁ ଜଣାଇନଥିବା ଜଣାପଡ଼ିଛି  ।  ବଞ୍ଚିବା ପାଇଁ ପାଣି ମୁନ୍ଦେ ଦିଅ ବୋଲି ସେ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିଥିଲେ ।  ପୁଲିସ୍ ଦିଲ୍ଲୀରୁ ଫେରିବା ପରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇପାରେ  ।