ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲା ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ। କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।
ଘର ସାମ୍ନାରେ ଖେଳୁଥିବା ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।
