Odia News Portal

ବାଜିଲା ସାଇରନ୍‌,  ଠିକ୍‌ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌

ବାଜିଲା ଯୁଦ୍ଧ ସାଇରନ୍‌ । ଠିକ୍‌ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌ । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ସାଇରନ୍‌ ।  ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ବରରେ ବାଜିଲା ସାଇରନ୍‌  ।  ଆକ୍ରମଣ ହେଲେ  ସାଧାରଣ ଲୋକ ଓ ଛାତ୍ର  କଣ କରିବେ ସେ ନେଇ ତାଲିମ ଦିଆଯାଉଛି । ସାଇରନ୍‌ ବଜା ଯାଇ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି ।  ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ।

ଏପଟେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ  ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ  ଧ୍ବଂସ କରିଛି । ଭାରତର  ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ଥରହର ।