Odia News Portal

ହାତ ଧରିଲେ ଦେବାଶିଷ ନାୟକ

 ବରିଷ୍ଠ ନେତା ଦେବାଶିଷ ନାୟକଙ୍କ ଦଳଡିଆଁ ଜାରି ରହିଛି। ବିଜେପି ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ । ଏ ବର୍ଷ ଫେବ୍ରୁଆରୀରେ ବିଜେଡି ଛାଡିଥିଲେ ଦେବାଶିଷ। ଫେବ୍ରୁଆରୀ ୨୫ରେ ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଟିକେଟ ଦେଇନଥିଲା । ବିଜେପିରେ ମାତ୍ର ଦୁଇମାସ ୯ ଦିନ ରହିଲା ପରେ ଦଳ ଛାଡି ଦେବାଶିଷ ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦେବାଶିଷ ବରୀରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା ।