ପ୍ରକାଶ ପାଇଲା ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ଲାଗି ଭୋଟର ତାଲିକା । ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ସଦସ୍ୟ । ରାଜ୍ୟର ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଦଶ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି ।
ଆସନ୍ତାକାଲି ନାମାଙ୍କନ ହେବ ଏବଂ ଏକାଧିକ ଆଶାୟୀ ହେଲେ ୮ତାରିଖ ଦିନ ନିର୍ବାଚନ ହେବ । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଆସନ୍ତାକାଲି ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓଡ଼ିଶା ଆସିବେ । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ ।