Odia News Portal

ବିଜେପି ସରକାରକୁ ବିଜେଡିର କାଉଣ୍ଟର

ସରକାରଙ୍କ ଉପଲବ୍ଧି ବନାମ ବିରୋଧୀ ଦଳର ଜନଜାଗରଣ । ସରକାରଙ୍କ ବର୍ଷ ପୂର୍ତ୍ତିକୁ କାଉଣ୍ଟର କରିବା ପାଇଁ ବିଜେଡି ଆରମ୍ଭ କରିଛି ଜନଜାଗରଣ ଅଭିଯାନ । ଶଙ୍ଖ ଭବନରେ ଏଥିପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତୃମଣ୍ଡଳୀ ସାମିଲ ହୋଇଥିଲେ । ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ସ୍ଲୋଗାନ୍ ‘କଥା ଦେଇ, ବ୍ୟଥା ଦେଲେ ବିଜେପି ସରକାର’ ।

ଏହି ଅବସରରେ ବିଏସ୍‌କେୱାଇ କାର୍ଡ, ମିସନଶକ୍ତି ମହିଳାଙ୍କ କଥା, ଧାନରେ କଟ୍‌ନି ଛଟନି ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ମୋହନ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଲମ୍ବା ଭାଷଣ ଓ ବଡ଼ ବଡ଼ ବିଜ୍ଞାପନରେ ଆସେନାହିଁ ବିକାଶ ।