Odia News Portal

ବିଧାନସଭା ଶୀତକାଳୀନ ଅଧିବେଶନ: ଗୃହରେ ଅଚଳାବସ୍ଥା ଜାରି 

ବିଧାନସଭାର ଶୀତକାଳୀନ ଅଧିବେଶନରେ ତୃତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି। ଆଜି ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିବା ସହ ନାରାବାଜି କରିଛନ୍ତି। ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ପୁଣି ହୋହଲ୍ଲା ହୋଇଛି। ଗୃହରେ ସ୍ୱତନ୍ତ୍ର ଆଲୋଚନା ଦାବି କରିଛନ୍ତି ବିରୋଧୀ । ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।